Odia Shayari ପ୍ରଥମ ମିଳନ ବେଳା by Vinaya Mahapatra | Odia Love Shayari | Odia Poetry

Odia Shayari ପ୍ରଥମ ମିଳନ ବେଳା by Vinaya Mahapatra | Odia Love Shayari

 

ପ୍ରଥମ ମିଳନ ବେଳା 

(Prathama Milana Bela)


କେତେ କଥା ଆଜି, ମନେ ପଡେ ହେଲେ, ମନେ ପଡେ ନାହିଁ, ପ୍ରଥମ ମିଳନ କଥା । କଥା ତ ନ ଥୁଲା, ଦେଖା ହେବ ବୋଲି, କେମିତି କେଜାଣି, ଅଚାନକ ହେଲା ଦେଖା । ଶବଦ ନ ଥୁଲା, ନିରବ ନିଶବ୍ଦ, ତୁମ ଦୁଇ ଆଖୁ, କେତେ କଥା କହି ଗଲା, ସବୁ କଥା ଆଜି, ମନେ ପଡେ ହେଲେ, ମନେ ପଡେ ନାହିଁ, ପ୍ରଥମ ମିଳନ ବେଳା । କଳିକା ଯେତେକ, ଫୁଲ ଫୁଟି ଗଲେ, ମଧୂ ମହକରେ, ଭରିଗଲା ଉପବନ, ମନ ଉପବନେ, ଗାଇଲା କୋକିଳ, ଲାଜର ଅବିର, ବୋଳି ଚାଲି ଗଲା, ପ୍ରଣୟ ରଙ୍ଗେ, ରଙ୍ଗାଇଲା ତନୁ ମନ । ମନେ ପଡେ ହେଲେ, ମନେ ପଡେ ନାହିଁ, ସେଇ ମୁହୁର୍ତ୍ତର, କେତେ ଅନ୍ତରଙ୍ଗ କଥା, ଆଉ ଥରେ ମନ, ଖୋଜୁଛି ସେ ଦିନ, ସେଇ ଅନୁଭୂତି, ସେଇ ସ୍ପନ୍ଦନ ବ୍ୟଥା ।

* ବିନୟ ମହାପାତ୍ର *

 

 

Odia Love Shayari


For More ODIA Shayari Click Below Link :

Odia Shayari By Vinay Mahapatra | Odia Poetry | ମନ ମୋର ପାନ୍ଥଶାଳା | Odia Shayari Photo

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Top Post Ad

Below Post Ad

Ads Section