Ajira Khabar : SMC ସମ୍ବଲପୁର ମୁନିସିପାଲିଟି ଜାରି କଲେ ଖରା ରୁ ବନିବ ପାଇଁ ନିର୍ଦ୍ଦେଶାବଳୀ | Sambalpur Muncipal Corpation Summer Guidelines
— SMC Sambalpur (@SMC_Sambalpur) April 6, 2022
Sambalpur Municipal Corporation
ଅଂଶୁଘାତ ପ୍ରତି ସାବଧାନ !
- ଟାଣ ଖରାରେ ପଦାକୁ ବାହାରନ୍ତୁ ନାହିଁ ।
- ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ ।
- ଜରୁରୀ କାମରେ ବାହାରକୁ ଯିବାକୁ ହେଲେ କଳା ଚଷମା, ଚପଲ, ମୁଣ୍ଡରେ ଓଦା ଗାମୁଛା ଏବଂ ଛତା ବ୍ୟବହାର କରନ୍ତୁ ।
- ବାହାରକୁ ଯିବା ସମୟରେ ପାଣି ବୋତଲ ସାଙ୍ଗରେ ନିଅନ୍ତୁ ।
- ହାଲୁକା ଏବଂ ଢିଲା ପୋଷାକ ପରିଧାନ କରନ୍ତୁ ।
- ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ ।
- ଜଳ ଶୁଷ୍କତାରୁ ରକ୍ଷା ପାଇବା ପାଇଁ ଅଧିକ ପାଣି, ଓ.ଆର୍.ଏସ୍ ଦ୍ରବଣ, ପଣା, ତୋରାଣି, ଘୋଳଦହି ଓ ଆଖୁରସ ପିଅନ୍ତୁ । କାକୁଡ଼ି, ତରଭୁଜ ଆଦି ଖାଆନ୍ତୁ ।
- ଅଂଶୁଘାତରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଯଥାଶୀଘ୍ର ଡାକ୍ତରଖାନା ନେଇ ଚିକିତ୍ସା କରାନ୍ତୁ ।
- ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଏବଂ ପ୍ରଚୁର ପରିମାଣରେ ପାଣି ପିଇବାକୁ ଦିଅନ୍ତୁ ।
- ଭାରତୀୟ ପାଣିପାଗ ବିଭାଗ ଦ୍ବାରା ଗ୍ରୀଷ୍ମ ପ୍ରବାହ ସମ୍ବନ୍ଧୀୟ ଦିଆଯାଉଥିବା ସତର୍କ ସୂଚନା ପ୍ରତି ସର୍ବଦା ଧ୍ୟାନ ଦିଅନ୍ତୁ ।
For More Latest Sambalpur News Visit Sambalpuri Jaagrukta